Skip to content

ବ୍ୟବହୃତ ବାଇକ୍ କିଣିବା: ୨୦ ପଏଣ୍ଟର ସମ୍ପୂର୍ଣ୍ଣ ଯାଞ୍ଚ ତାଲିକା | GearGo

ବ୍ୟବହୃତ ବାଇକ୍ କିଣିବା: ୨୦ ପଏଣ୍ଟର ସମ୍ପୂର୍ଣ୍ଣ ଯାଞ୍ଚ ତାଲିକା | GearGo
ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ ଯାଞ୍ଚ କରିବା

📸 ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ ଭଲ ଭାବରେ ଯାଞ୍ଚ କରନ୍ତୁ

ବ୍ୟବହୃତ ବାଇକ୍ କିଣିବା ନୂଆ ବାଇକ୍ କିଣିବା ଅପେକ୍ଷା ଶସ୍ତା।

ବ୍ୟବହୃତ ବାଇକ୍ କିଣିବା ସମୟରେ ଟଙ୍କା ବଞ୍ଚିପାରେ।

କିନ୍ତୁ ବ୍ୟବହୃତ ବାଇକ୍ କିଣିବା ସମୟରେ ଗୋଟିଏ ଛୋଟ ଭୁଲ ଆପଣଙ୍କୁ ବଡ଼ ଖର୍ଚ୍ଚରେ ପକାଇପାରେ।

ଗାଡ଼ିଟି ବାହାରୁ ଚକଚକିଆ ଦେଖାଯାଇପାରେ।

ମାତ୍ର ତାହାର Engine, Chassis, Gearbox, Suspension କିମ୍ବା Documents ରେ ସମସ୍ୟା ଥାଇପାରେ।

ତେଣୁ ବ୍ୟବହୃତ ବାଇକ୍ କିଣିବା ସମୟରେ କେବଳ ଦାମ ଦେଖନ୍ତୁ ନାହିଁ।

ଗାଡ଼ିର ଅବସ୍ଥା, କାଗଜପତ୍ର, ମାଲିକାନା ଏବଂ ଆଗାମୀ ଖର୍ଚ୍ଚ—ସବୁ ଯାଞ୍ଚ କରନ୍ତୁ।

ଏହି ଗାଇଡ୍ ରେ ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ ୨୦ଟି ଗୁରୁତ୍ୱପୂର୍ଣ୍ଣ ଯାଞ୍ଚ ବିଷୟରେ ଜାଣିବା।


📖 ସୂଚୀପତ୍ର (Table of Contents)


୧. ପ୍ରଥମେ Original RC ଯାଞ୍ଚ କରନ୍ତୁ (At First Check The RC)

ପ୍ରଥମେ, ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Original RC ଯାଞ୍ଚ କରନ୍ତୁ। ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Registration Certificate (RC) ଭଲ ଭାବରେ ଯାଞ୍ଚ କରନ୍ତୁ।

ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ RC ଯାଞ୍ଚ

📸 ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ RC Document ଯାଞ୍ଚ

📄 ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ RC ରେ ଯାଞ୍ଚ କରିବାକୁ ଥିବା ତଥ୍ୟ:

  • Registration Number
  • Owner’s Name
  • Chassis Number
  • Engine Number
  • Fuel Type
  • Model/Vehicle Details

ବାଇକ୍ ସହିତ ମେଳ ଖାଉଛି କି ନାହିଁ ଦେଖନ୍ତୁ।

⚠️ ଗୁରୁତ୍ୱପୂର୍ଣ୍ଣ: କେବଳ Seller ଦେଖାଉଥିବା RC ଫଟୋ କିମ୍ବା Screenshot ଉପରେ ନିର୍ଭର କରନ୍ତୁ ନାହିଁ। RC କୁ Parivahan Sewa official website ରେ ଭେରିଫାଏ କରନ୍ତୁ।


୨.ଏହାପରେ,Registration Number ଯାଞ୍ଚ କରନ୍ତୁ।(After This Check Registration Number)

ଗାଡି ଟି ର Number Plate ର Registration Number ଏବଂ RC ର Registration Number ଏକ କି ନାହିଁ ଯାଞ୍ଚ କରନ୍ତୁ।

ଯଦି Number Plate ଏବଂ କାଗଜପତ୍ରରେ ଅମେଳ ଥାଏ, ତେବେ କାରଣ ଜାଣିବା ପୂର୍ବରୁ ଟଙ୍କା ଦିଅନ୍ତୁ ନାହିଁ।


୩. Insurance ଯାଞ୍ଚ କରନ୍ତୁ

ସେହିପରି,ଗାଡି ଟି Insurance ଯାଞ୍ଚ କରନ୍ତୁ। (Similarly check The Insurance)

📋 Insurance Policy ରେ ଯାଞ୍ଚ କରନ୍ତୁ:

  • Registration Number
  • Owner Details
  • Policy Validity
  • Insurance Company

ବ୍ୟବହୃତ ବାଇକ୍ କିଣିବା ପରେ Insurance ଆପଣଙ୍କ ନାମକୁ ଠିକ୍ ଭାବରେ Transfer କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। Insurance guidelines ପାଇଁ IRDAI official website ଦେଖନ୍ତୁ।


ଇନ୍ସୁରାନ୍ସ ପାଇଁ ଯୋଗାଯୋଗ କରନ୍ତୁ DO INSURANCE FOR YOUR VEHICLE ଦେଖନ୍ତୁ।

୪. PUC ଯାଞ୍ଚ କରନ୍ତୁ

ଏତଦ୍ ବ୍ୟତୀତ, PUC Certificate ଯାଞ୍ଚ କରନ୍ତୁ। Pollution Under Control (PUC) Certificate ର Validity ଯାଞ୍ଚ କରନ୍ତୁ।(Additionally Check PUC)

ବିଶେଷକରି ପୁରୁଣା ଗାଡି କିଣୁଥିଲେ PUC ସହିତ Emission Condition ମଧ୍ୟ ଧ୍ୟାନ ଦିଅନ୍ତୁ। PUC certificate rules ପାଇଁ Transport Department website ଦେଖନ୍ତୁ।


୫. Pending Challan ଅଛି କି? ଯାଞ୍ଚ କରନ୍ତୁ

ବିଶେଷକରି, Pending Challan ଅଛି କି ନାହିଁ ଯାଞ୍ଚ କରନ୍ତୁ। ବାଇକ ରେ Traffic Challan କିମ୍ବା ଅନ୍ୟ କୌଣସି pending fine ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରନ୍ତୁ।(Especially Check Challan Deatils)

⚠️ ଗୁରୁତ୍ୱପୂର୍ଣ୍ଣ: Seller କୁ କେବଳ “କୌଣସି Challan ନାହିଁ” ବୋଲି କହିଲେ ବିଶ୍ୱାସ କରନ୍ତୁ ନାହିଁ। ନିଜେ online challan check ରେ ଯାଞ୍ଚ କରିବା ଭଲ।


୬.ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,ବାଇକ ରେ Loan କିମ୍ବା Hypothecation ଅଛି କି ନାହିଁ ଯାଞ୍ଚ କରନ୍ତୁ।(Most importantly Check The Hypothecation )

🔴 ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବାଇକ ଟି କୌଣସି Bank କିମ୍ବା Finance Company ର Loan ରେ ଅଛି କି ନାହିଁ ଯାଞ୍ଚ କରନ୍ତୁ।

RC ରେ Hypothecation ଥିଲେ Loan Closure ଏବଂ Hypothecation Termination ସମ୍ପର୍କିତ କାଗଜପତ୍ର ଯାଞ୍ଚ ନକରି ଗାଡି କିଣନ୍ତୁ କରନ୍ତୁ ନାହିଁ।


୭. ଏହାଛଡ଼ା, Chassis Number ଏବଂ Engine Number ମେଳ କରନ୍ତୁ।(Besides this Check Chassis Number & Engine Number)

🔴 ଏହାକୁ କେବେବି ଅଣଦେଖା କରନ୍ତୁ ନାହିଁ।

ବାଇକ ରେ ଖୋଦା ଥିବା Chassis Number ଏବଂ Engine Number କାଗଜପତ୍ର ସହିତ ମେଳ ଖାଉଛି କି ନାହିଁ ଦେଖନ୍ତୁ।

Number ରେ କୌଣସି ଅସ୍ୱାଭାବିକ ଘଷା, କଟା, ପୁନଃଖୋଦା କିମ୍ବା Tampering ର ଚିହ୍ନ ଦେଖିଲେ ସତର୍କ ହୁଅନ୍ତୁ।


୮. ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯାଞ୍ଚ ହେଉଛି Service History.

ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Service History ଜାଣିବା ଅତ୍ୟନ୍ତ ଜରୁରୀ।

Seller ଙ୍କ ପାଖରେ Service Book, Service Invoice କିମ୍ବା Digital Service Record ଅଛି କି ନାହିଁ ପଚାରନ୍ତୁ।

🔧 ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Service History ରୁ ଜାଣିବାକୁ ଥିବା ତଥ୍ୟ:

  • କେବେ Service ହୋଇଥିଲା
  • କେତେ Kilometer ରେ Service ହୋଇଥିଲା
  • Engine Oil କେବେ ବଦଳାଯାଇଥିଲା
  • କେଉଁ Parts ବଦଳାଯାଇଥିଲା

୯. ଏହାପରେ ବାଇକ ରେ Body Condition ଦେଖନ୍ତୁ

ବ୍ୟବହୃତ ବାଇକ୍ କିଣିବା ସମୟରେ Body ଯାଞ୍ଚ

📸 ବ୍ୟବହୃତ ବାଇକ୍ କିଣିବା ସମୟରେ Body Condition ଦେଖନ୍ତୁ

ବାଇକ୍କୁ ଦିନ ଆଲୋକରେ ଭଲ ଭାବରେ ଦେଖନ୍ତୁ।

🔍 Tank, Side Panel, Mudguard, Headlight Area ଏବଂ Frame ରେ ଯାଞ୍ଚ କରନ୍ତୁ:

  • Scratch
  • Dent
  • Colour Difference
  • Repaint
  • Crack

ଗୋଟିଏ Panel ର Colour ଅନ୍ୟ Panel ଠାରୁ ଅଲଗା ଲାଗିଲେ ସେଠାରେ Repainting ହୋଇଥିବା ସମ୍ଭାବନା ରହିପାରେ।


୧୦. ସେହିପରି Accident Damage ର ଚିହ୍ନ ଖୋଜନ୍ତୁ

ବାଇକ ର Handle, Front Fork, Chassis, Footrest, Silencer ଏବଂ Engine Area ଯାଞ୍ଚ କରନ୍ତୁ।

ବାଇକ୍ ବଡ଼ Accident ରେ ପଡ଼ିଥିଲେ Frame କିମ୍ବା Chassis ରେ ପ୍ରଭାବ ପଡ଼ିଥାଇପାରେ।

⚠️ ଗୁରୁତ୍ୱପୂର୍ଣ୍ଣ: କେବଳ ନୂଆ Paint ଦେଖି “ବାଇକ୍ ଭଲ ଅଛି” ବୋଲି ନିଷ୍କର୍ଷ କରନ୍ତୁ ନାହିଁ।


୧୧. ଏତଦ୍ ବ୍ୟତୀତ,Engine ରେ Oil Leakage ଅଛି କି?

Engine ଚାରିପାଖରେ Oil Leakage କିମ୍ବା ଅତ୍ୟଧିକ ତେଲ ଜମା ଅଛି କି ନାହିଁ ଦେଖନ୍ତୁ।

ସାମାନ୍ୟ ଧୂଳି ଥିବା ଅଲଗା କଥା, କିନ୍ତୁ Fresh Oil ର ଚିହ୍ନ ଥିଲେ କାରଣ ଜାଣନ୍ତୁ।


୧୨. ବିଶେଷ ଭାବରେ,Cold Start କରି ଦେଖନ୍ତୁ

🔴 ସମ୍ଭବ ହେଲେ ବାଇକ୍ଟି ପୂର୍ବରୁ ଗରମ କରି ରଖିବାକୁ Seller କୁ କହନ୍ତୁ ନାହିଁ।

❄️ Cold Engine ରୁ Start କରିବା ସମୟରେ ଦେଖନ୍ତୁ:

  • Engine କେତେ ସହଜରେ Start ହେଉଛି
  • Unusual Noise ଅଛି କି
  • Excessive Smoke ଆସୁଛି କି
  • Idle RPM ସ୍ଥିର କି

୧୩. ଏହାପରେ, Engine Sound ଧ୍ୟାନ ଦେଇ ଶୁଣନ୍ତୁ।Engine Sound ଧ୍ୟାନ ଦେଇ ଶୁଣନ୍ତୁ

Engine Start କରି କିଛି ସମୟ ଶାନ୍ତ ଭାବରେ ଶୁଣନ୍ତୁ।

ଅସ୍ୱାଭାବିକ Knocking, Tapping କିମ୍ବା Metallic Sound ଶୁଣିଲେ Expert Mechanic ଙ୍କ ମତ ନିଅନ୍ତୁ।

⚠️ ଗୁରୁତ୍ୱପୂର୍ଣ୍ଣ: କେବଳ ଶବ୍ଦ ଶୁଣି Engine ଭଲ କି ଖରାପ ବୋଲି ନିଶ୍ଚିତ ହେବା ଠିକ୍ ନୁହେଁ।


୧୪. ସେହିପରି, Exhaust Smoke ଯାଞ୍ଚ କରନ୍ତୁ।

Engine ଚାଲୁଥିବା ସମୟରେ Exhaust ରୁ ଧୂଆଁ ଆସୁଛି କି ନାହିଁ ଦେଖନ୍ତୁ।

ବିଶେଷକରି ଅସ୍ୱାଭାବିକ ଭାବରେ ଅଧିକ ଧୂଆଁ ଆସିଲେ Engine Condition ବିଷୟରେ Mechanic ଙ୍କ ମତ ନିଅନ୍ତୁ।


୧୫. ଏହାଛଡ଼ା, Clutch ଏବଂ Gearbox ପରୀକ୍ଷା କରନ୍ତୁ।

Test Ride ସମୟରେ ସମସ୍ତ Gear ବଦଳାଇ ଦେଖନ୍ତୁ।

⚙️ ଧ୍ୟାନ ଦିଅନ୍ତୁ:

  • Gear ସହଜରେ ବଦଳୁଛି କି?
  • Clutch ବହୁତ ଉପରେ କିମ୍ବା ତଳେ ଧରୁଛି କି?
  • Acceleration ସମୟରେ RPM ବଢ଼ୁଛି କିନ୍ତୁ Speed ବଢ଼ୁନାହିଁ କି?
  • Gear Slip କରୁଛି କି?

ଏପରି ସମସ୍ୟା ଥିଲେ ଆଗାମୀ Repair Cost ବିଷୟରେ ହିସାବ କରନ୍ତୁ।


୧୬.ପୁଣି, Brake ଯାଞ୍ଚ କରନ୍ତୁ।

Front ଏବଂ Rear Brake ଦୁହିଁଟି ପରୀକ୍ଷା କରନ୍ତୁ।

🛑 Brake ଦେବା ସମୟରେ ଦେଖନ୍ତୁ:

  • ଅତ୍ୟଧିକ ଶବ୍ଦ
  • Vibration
  • Bike ଗୋଟିଏ ପାଖକୁ ଟାଣିବା
  • Brake Lever ବହୁତ Soft ହେବା

୧୭. ଏତଦ୍ ବ୍ୟତୀତ, Tyre ଏବଂ Wheel ଯାଞ୍ଚ କରନ୍ତୁ।

Tyre ର Tread ଏବଂ ଅସ୍ୱାଭାବିକ Wear ଯାଞ୍ଚ କରନ୍ତୁ।

ଦୁଇଟି Tyre ରେ Uneven Wear ଥିଲେ Wheel Alignment, Suspension କିମ୍ବା ଅନ୍ୟ Mechanical Issue ର ସମ୍ଭାବନା ଥାଇପାରେ।

Tyre ର Manufacturing Date ମଧ୍ୟ ଦେଖିବା ଭଲ।


୧୮. ସେହିପରି, Electrical System ପରୀକ୍ଷା କରନ୍ତୁ।

🔌 ନିମ୍ନଲିଖିତ ସବୁକିଛି Test କରନ୍ତୁ:

  • Headlight
  • Tail Light
  • Brake Light
  • Indicators
  • Horn
  • Electric Starter
  • Instrument Cluster
  • Fuel Gauge
  • Other Warning Lights

⚠️ ଗୁରୁତ୍ୱପୂର୍ଣ୍ଣ: ଏକ ଛୋଟ Electrical Problem ମଧ୍ୟ ପରେ ଖର୍ଚ୍ଚର କାରଣ ହୋଇପାରେ।


୧୯. ଶେଷରେ, ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Test Ride କରନ୍ତୁ।

🔴 ବ୍ୟବହୃତ ବାଇକ୍ କିଣିବା ପୂର୍ବରୁ Test Ride ଅତ୍ୟନ୍ତ ଜରୁରୀ।

🛵 Test Ride ସମୟରେ ଯାଞ୍ଚ କରନ୍ତୁ:

  • Steering: ସିଧା ଏବଂ Smooth କି?
  • Acceleration: ବାଇକ୍ Smooth ଭାବରେ Pickup ନେଉଛି କି?
  • Gear: Gear Shift ସହଜ କି?
  • Clutch: Clutch Smooth କି?
  • Brake: Braking ସମୟରେ Bike Stable ରହୁଛି କି?
  • Suspension: ଖରାପ ରାସ୍ତାରେ ଅତ୍ୟଧିକ ଶବ୍ଦ କିମ୍ବା Bounce କରୁଛି କି?
  • Engine: ଗରମ ହେବା ପରେ Engine Behaviour ବଦଳୁଛି କି?

୨୦. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, Total Cost ହିସାବ କରନ୍ତୁ।

🔴 ଏହା ସବୁଠାରୁ ଅଧିକ ଅଣଦେଖା ହେଉଥିବା ପଏଣ୍ଟ।

ଧରନ୍ତୁ ଗୋଟିଏ ବ୍ୟବହୃତ ବାଇକ୍ କିଣିବା ପାଇଁ ଦାମ ₹60,000।

💰 କିଣିବା ପରେ ହୋଇପାରେ ଏହି ଅତିରିକ୍ତ ଖର୍ଚ୍ଚ:

  • Tyre ବଦଳାଇବା
  • Battery ବଦଳାଇବା
  • Engine Oil/Service
  • Brake Parts
  • Chain-Sprocket
  • Insurance
  • RC Transfer

ପାଇଁ ଆଉ ₹15,000–₹20,000 ଖର୍ଚ୍ଚ ହୋଇପାରେ।

ତେଣୁ ବାଇକ ର ଦାମ କେବଳ ₹60,000 ନୁହେଁ। ଆପଣଙ୍କ Real Purchase Cost ଅଧିକ ହୋଇଯିବ।


🚨 କେଉଁ ପରିସ୍ଥିତିରେ Used Bike କିଣିବେ ନାହିଁ?

ବ୍ୟବହୃତ ବାଇକ୍ କିଣିବା Red Flags

📸 ବ୍ୟବହୃତ ବାଇକ୍ କିଣିବା ସମୟରେ Red Flags ଚିହ୍ନଟ କରନ୍ତୁ

ନିମ୍ନଲିଖିତ Red Flag ମଧ୍ୟରୁ ଗୋଟିଏ କିମ୍ବା ଅଧିକ ମିଳିଲେ Deal ରୁ ପଛକୁ ହଟିବା ଭଲ:

  • RC ଏବଂ Bike Details ମେଳ ଖାଉନାହିଁ
  • Chassis/Engine Number ରେ ସନ୍ଦେହ
  • Seller ମାଲିକ ନୁହଁନ୍ତି
  • Outstanding Loan/Hypothecation
  • Major Accident ର ଚିହ୍ନ
  • Engine ରେ ଗୁରୁତର Noise
  • ଅତ୍ୟଧିକ Exhaust Smoke
  • ଅସାମାନ୍ୟ ଭାବରେ କମ୍ ଦାମ
  • Documents ଦେଖାଇବାକୁ ମନା
  • Test Ride କରିବାକୁ ଦେଉନାହାନ୍ତି

ବ୍ୟବହୃତ ବାଇକ୍ କିଣିବା ର Golden Rule

“Bike ଦେଖି ପସନ୍ଦ କରନ୍ତୁ, କିନ୍ତୁ Documents ଯାଞ୍ଚ କରି ଏବଂ Mechanic ଙ୍କ ମତ ନେଇ ହିଁ ଟଙ୍କା ଦିଅନ୍ତୁ।”

ଏକ ବ୍ୟବହୃତ ବାଇକ୍ କିଣିବା ସମୟରେ ଦେଖିବାକୁ ଭଲ ହେବା ଏବଂ ଭିତରୁ ଭଲ ଥିବା—ଦୁଇଟି ସମାନ କଥା ନୁହେଁ।

ଯଦି ଆପଣଙ୍କର Mechanical Knowledge କମ୍, ତେବେ ଅଳ୍ପ ଟଙ୍କା ଖର୍ଚ୍ଚ କରି ଜଣେ ଭରସାଯୋଗ୍ୟ Mechanic ଙ୍କୁ ସାଙ୍ଗରେ ନେବା ଅଧିକ ଭଲ।


💡 GearGo ର ପରାମର୍ଶ

ବ୍ୟବହୃତ ବାଇକ୍ କିଣିବା ସମୟରେ “କେତେ କମ୍ ଦାମରେ ପାଉଛି?” ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତୁ “କିଣିବା ପରେ ମୋଟ କେତେ ଖର୍ଚ୍ଚ ହେବ?”

ଭଲ ବ୍ୟବହୃତ ବାଇକ୍ କିଣିବା ସେଇଟି ନୁହେଁ ଯାହା ସବୁଠାରୁ ଶସ୍ତାରେ ମିଳେ। ଭଲ Used Bike ହେଉଛି ସେଇଟି, ଯାହାର Documents Clear, Ownership Clear, Mechanical Condition ଭଲ ଏବଂ Price ଯୁକ୍ତିସଙ୍ଗତ।

🔥 ଆପଣ ବ୍ୟବହୃତ ବାଇକ୍ କିଣିବା ପାଇଁ ଯାଉଥିଲେ, ଏହି ୨୦-ପଏଣ୍ଟ ଯାଞ୍ଚ ତାଲିକାକୁ ନିଜ ସହିତ ନେଇଯାଆନ୍ତୁ।

GearGo ବିଷୟରେ!

Tags: , , , , , ,

Leave a Reply

Your email address will not be published. Required fields are marked *